ଥଇଥାନ ଓ ପାରିପାର୍ଶ୍ୱିକ ଉନ୍ନୟନ ପରାମର୍ଶଦାତା କମିଟି ବୈଠକ ଅନୁଷ୍ଠିତ: ପ୍ରମୁଖ କମ୍ପାନି କର୍ତ୍ତୃପକ୍ଷଙ୍କୁ ତାଗିଦ୍, ବିସ୍ଥାପିତଙ୍କୁ ସ୍ଥାୟୀ ଚାକିରି ଦାବି

ଅନୁଗୋଳ: ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଥଇଥାନ ଓ ପାରିପାର୍ଶ୍ୱିକ ଉନ୍ନୟନ ପରାମର୍ଶଦାତା କମିଟି (RPDAC) ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ପ୍ରମୁଖ କମ୍ପାନୀ KPCPL (ମନ୍ଦାକିନୀ-ଏ), GMDC (ବୈତରଣୀ-ୱେଷ୍ଟ), NALCO (ଉତ୍କଳ-ଇ), NALCO (ବ୍ରାଉନ୍‌ଫିଲ୍ଡ ଏକ୍ସପାନସନ) ର ଥଇଥାନ ଓ ପୁନର୍ବାସ ନେଇ ଏହି ବୈଠକ ଉତ୍ତରାଞ୍ଚଳ ରାଜସ୍ୱ କମିଶନର ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।ବୈଠକରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ଜନସାଧାରଣଙ୍କ ସମସ୍ୟା, ଜମି ଅଧିଗ୍ରହଣ, ବିସ୍ଥାପିତଙ୍କୁ ଉଚିତ କ୍ଷତିପୂରଣ, ଥଇଥାନ ଓ ରିହାବିଲିଟେସନ କଲୋନୀଗୁଡିକର ସୁପରିଚାଳନା ଉପରେ ଗୁରୁତ୍ୱାରୋପ କରିଥିଲେ। ପବ୍ଲିକ୍ ସ୍କୁଲ, ସ୍କିଲ୍ ସେଣ୍ଟର ଏବଂ ନର୍ସିଂ କଲେଜ ନିମନ୍ତେ କମ୍ପାନୀଗୁଡିକୁ ବିଶେଷ ଧ୍ୟାନ ଦେବାକୁ ବୈଠକରେ ସ୍ଥିର କରାଯାଇଥିଲା। ଖଣି ପ୍ରକଳ୍ପ ଦ୍ୱାରା କ୍ଷତିଗ୍ରସ୍ତ ପରିବାରଙ୍କୁ ଉଚିତ ପୁନର୍ବାସ, କ୍ଷତିପୂରଣ, ଯୁବକ-ଯୁବତୀଙ୍କୁ ସ୍ଥାୟୀ ନିଯୁକ୍ତି ସହ ଶିକ୍ଷା, ସ୍ୱାସ୍ଥ୍ୟ ଓ ପରିବେଶ ସୁରକ୍ଷା ନିମନ୍ତେ ରାଜସ୍ୱ କମିଶନର ନିର୍ଦ୍ଦେଶ ଦେଇଥିଲେ। ନୂତନ ଜମି ଅଧିଗ୍ରହଣ ନିୟମ ଅନୁସାରେ ପ୍ରକଳ୍ପ ବିସ୍ଥାପିତ, କ୍ଷତିଗ୍ରସ୍ତ ଓ ସମ୍ପ୍ରସାରିତ ପ୍ରକଳ୍ପ ପ୍ରଭାବିତ ପରିବାରକୁ ଉଚିତ ସୁବିଧା ପ୍ରଦାନ ଉପରେ ଗୁରୁତ୍ୱ ଦିଆଯାଇଥିଲା। ସବ-କମିଟି ବୈଠକ ଓ ସର୍ଭେ କରାଇ ସ୍ଥାନୀୟ ସମସ୍ୟାର ଦ୍ରୁତ ସମାଧାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପ୍ରାରମ୍ଭରେ ଜିଲ୍ଲାପାଳ ଅବଦାଲ୍ ମୁହମ୍ମଦ୍ ଅଖତର ସମସ୍ତଙ୍କୁ ସ୍ୱାଗତ ଜଣାଇଥିଲେ। ବୈଠକରେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ, ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ କୁମାର ସିଂହ, ଆଇଏଏସ ପ୍ରୋବେସନର ଅଭି ଜୈନ୍, ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ, ଅନୁଗୁଳ ଉପଜିଲ୍ଲାପାଳ ମାୟାଧର ବେହେରା, ତାଳଚେର ଉପଜିଲ୍ଲାପାଳ ପ୍ରଜ୍ଞାନନ୍ଦନ ଗିରି, ପଞ୍ଚାୟତ ସମିତି ଅଧ୍ୟକ୍ଷ, ବିସ୍ଥାପିତ ପରିବାର ପ୍ରତିନିଧି, ବିଭାଗୀୟ ଅଧିକାରୀ ଓ କମ୍ପାନୀ କର୍ତ୍ତୃପକ୍ଷ ଯୋଗ ଦେଇଥିଲେ। The post ଥଇଥାନ ଓ ପାରିପାର୍ଶ୍ୱିକ ଉନ୍ନୟନ ପରାମର୍ଶଦାତା କମିଟି ବୈଠକ ଅନୁଷ୍ଠିତ: ପ୍ରମୁଖ କମ୍ପାନି କର୍ତ୍ତୃପକ୍ଷଙ୍କୁ ତାଗିଦ୍, ବିସ୍ଥାପିତଙ୍କୁ ସ୍ଥାୟୀ ଚାକିରି ଦାବି first appeared on Dreams Rider News.

ଥଇଥାନ ଓ ପାରିପାର୍ଶ୍ୱିକ ଉନ୍ନୟନ ପରାମର୍ଶଦାତା କମିଟି ବୈଠକ ଅନୁଷ୍ଠିତ: ପ୍ରମୁଖ କମ୍ପାନି କର୍ତ୍ତୃପକ୍ଷଙ୍କୁ ତାଗିଦ୍, ବିସ୍ଥାପିତଙ୍କୁ ସ୍ଥାୟୀ ଚାକିରି ଦାବି

ଅନୁଗୋଳ: ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଥଇଥାନ ଓ ପାରିପାର୍ଶ୍ୱିକ ଉନ୍ନୟନ ପରାମର୍ଶଦାତା କମିଟି (RPDAC) ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ପ୍ରମୁଖ କମ୍ପାନୀ KPCPL (ମନ୍ଦାକିନୀ-ଏ), GMDC (ବୈତରଣୀ-ୱେଷ୍ଟ), NALCO (ଉତ୍କଳ-ଇ), NALCO (ବ୍ରାଉନ୍‌ଫିଲ୍ଡ ଏକ୍ସପାନସନ) ର ଥଇଥାନ ଓ ପୁନର୍ବାସ ନେଇ ଏହି ବୈଠକ ଉତ୍ତରାଞ୍ଚଳ ରାଜସ୍ୱ କମିଶନର ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।ବୈଠକରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ଜନସାଧାରଣଙ୍କ ସମସ୍ୟା, ଜମି ଅଧିଗ୍ରହଣ, ବିସ୍ଥାପିତଙ୍କୁ ଉଚିତ କ୍ଷତିପୂରଣ, ଥଇଥାନ ଓ ରିହାବିଲିଟେସନ କଲୋନୀଗୁଡିକର ସୁପରିଚାଳନା ଉପରେ ଗୁରୁତ୍ୱାରୋପ କରିଥିଲେ। ପବ୍ଲିକ୍ ସ୍କୁଲ, ସ୍କିଲ୍ ସେଣ୍ଟର ଏବଂ ନର୍ସିଂ କଲେଜ ନିମନ୍ତେ କମ୍ପାନୀଗୁଡିକୁ ବିଶେଷ ଧ୍ୟାନ ଦେବାକୁ ବୈଠକରେ ସ୍ଥିର କରାଯାଇଥିଲା। ଖଣି ପ୍ରକଳ୍ପ ଦ୍ୱାରା କ୍ଷତିଗ୍ରସ୍ତ ପରିବାରଙ୍କୁ ଉଚିତ ପୁନର୍ବାସ, କ୍ଷତିପୂରଣ, ଯୁବକ-ଯୁବତୀଙ୍କୁ ସ୍ଥାୟୀ ନିଯୁକ୍ତି ସହ ଶିକ୍ଷା, ସ୍ୱାସ୍ଥ୍ୟ ଓ ପରିବେଶ ସୁରକ୍ଷା ନିମନ୍ତେ ରାଜସ୍ୱ କମିଶନର ନିର୍ଦ୍ଦେଶ ଦେଇଥିଲେ। ନୂତନ ଜମି ଅଧିଗ୍ରହଣ ନିୟମ ଅନୁସାରେ ପ୍ରକଳ୍ପ ବିସ୍ଥାପିତ, କ୍ଷତିଗ୍ରସ୍ତ ଓ ସମ୍ପ୍ରସାରିତ ପ୍ରକଳ୍ପ ପ୍ରଭାବିତ ପରିବାରକୁ ଉଚିତ ସୁବିଧା ପ୍ରଦାନ ଉପରେ ଗୁରୁତ୍ୱ ଦିଆଯାଇଥିଲା। ସବ-କମିଟି ବୈଠକ ଓ ସର୍ଭେ କରାଇ ସ୍ଥାନୀୟ ସମସ୍ୟାର ଦ୍ରୁତ ସମାଧାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପ୍ରାରମ୍ଭରେ ଜିଲ୍ଲାପାଳ ଅବଦାଲ୍ ମୁହମ୍ମଦ୍ ଅଖତର ସମସ୍ତଙ୍କୁ ସ୍ୱାଗତ ଜଣାଇଥିଲେ। ବୈଠକରେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ, ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ କୁମାର ସିଂହ, ଆଇଏଏସ ପ୍ରୋବେସନର ଅଭି ଜୈନ୍, ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ, ଅନୁଗୁଳ ଉପଜିଲ୍ଲାପାଳ ମାୟାଧର ବେହେରା, ତାଳଚେର ଉପଜିଲ୍ଲାପାଳ ପ୍ରଜ୍ଞାନନ୍ଦନ ଗିରି, ପଞ୍ଚାୟତ ସମିତି ଅଧ୍ୟକ୍ଷ, ବିସ୍ଥାପିତ ପରିବାର ପ୍ରତିନିଧି, ବିଭାଗୀୟ ଅଧିକାରୀ ଓ କମ୍ପାନୀ କର୍ତ୍ତୃପକ୍ଷ ଯୋଗ ଦେଇଥିଲେ।The post ଥଇଥାନ ଓ ପାରିପାର୍ଶ୍ୱିକ ଉନ୍ନୟନ ପରାମର୍ଶଦାତା କମିଟି ବୈଠକ ଅନୁଷ୍ଠିତ: ପ୍ରମୁଖ କମ୍ପାନି କର୍ତ୍ତୃପକ୍ଷଙ୍କୁ ତାଗିଦ୍, ବିସ୍ଥାପିତଙ୍କୁ ସ୍ଥାୟୀ ଚାକିରି ଦାବି first appeared on Dreams Rider News.