କର୍ଣ୍ଣପାଳରେ ବିଜେଡିର ଜନସମ୍ପର୍କ ପଦଯାତ୍ରା:ସଙ୍ଗଠନକୁ ମଜଭୁତ କରିବାକୁ ନେତାଙ୍କ ଆହ୍ୱାନ

ଅନୁଗୋଳ: ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ୍‌ କର୍ଣ୍ଣପାଳ ପଞ୍ଚାୟତରେ ବିଜୁ ଜନତା ଦଳ ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ସହ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଛି। ପଞ୍ଚାୟତ ସଭାପତି ଦେବରାଜ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକ ପୂର୍ବରୁ ମା’ ଲୁଧୁଣି ମନ୍ଦିରରେ ଦଳୀୟ ନେତା ଓ କର୍ମୀମାନେ ପୂଜାର୍ଚ୍ଚନା କରିଥିଲେ। ପରେ କର୍ଣ୍ଣପାଳ ଗ୍ରାମରେ ପଦଯାତ୍ରା କରି ଲୋକଙ୍କ ସହ ଆଲୋଚନା କରିଥିଲେ। ପଦଯାତ୍ରାରେ ପାଳଲହଡ଼ାର ପୂର୍ବତନ ବିଧାୟକ ତଥା ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ମୁକେଶ କୁମାର ପାଳ ଯୋଗଦେଇ ଦଳର ପୂର୍ବ ସରକାର ସମୟର ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ଲୋକଙ୍କୁ ଅବଗତ କରିଥିଲେ। ଏଥିସହ ବର୍ତ୍ତମାନର ସରକାରଙ୍କ ନୀତି ବିରୋଧରେ ଜନସଚେତନତା ସୃଷ୍ଟି ପାଇଁ କର୍ମୀଙ୍କୁ ଆହ୍ୱାନ ଦେଇଥିଲେ। ବୈଠକରେ ଆଗାମୀ ଦିନରେ ଦଳୀୟ ସଙ୍ଗଠନକୁ ଅଧିକ ସୁଦୃଢ଼ କରିବା ନେଇ ଆଲୋଚନା ହୋଇଥିଲା। ବ୍ଲକ୍ ସଭାପତି ପ୍ରଶାନ୍ତ ସାହୁଙ୍କ ସମେତ ବହୁ ନେତା, ପଞ୍ଚାୟତ ପ୍ରତିନିଧି ଓ କର୍ମୀ ଯୋଗଦେଇଥିଲେ। The post କର୍ଣ୍ଣପାଳରେ ବିଜେଡିର ଜନସମ୍ପର୍କ ପଦଯାତ୍ରା:ସଙ୍ଗଠନକୁ ମଜଭୁତ କରିବାକୁ ନେତାଙ୍କ ଆହ୍ୱାନ first appeared on Dreams Rider News.

କର୍ଣ୍ଣପାଳରେ ବିଜେଡିର ଜନସମ୍ପର୍କ ପଦଯାତ୍ରା:ସଙ୍ଗଠନକୁ ମଜଭୁତ କରିବାକୁ ନେତାଙ୍କ ଆହ୍ୱାନ

ଅନୁଗୋଳ: ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ୍‌ କର୍ଣ୍ଣପାଳ ପଞ୍ଚାୟତରେ ବିଜୁ ଜନତା ଦଳ ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ସହ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଛି। ପଞ୍ଚାୟତ ସଭାପତି ଦେବରାଜ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକ ପୂର୍ବରୁ ମା’ ଲୁଧୁଣି ମନ୍ଦିରରେ ଦଳୀୟ ନେତା ଓ କର୍ମୀମାନେ ପୂଜାର୍ଚ୍ଚନା କରିଥିଲେ। ପରେ କର୍ଣ୍ଣପାଳ ଗ୍ରାମରେ ପଦଯାତ୍ରା କରି ଲୋକଙ୍କ ସହ ଆଲୋଚନା କରିଥିଲେ। ପଦଯାତ୍ରାରେ ପାଳଲହଡ଼ାର ପୂର୍ବତନ ବିଧାୟକ ତଥା ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ମୁକେଶ କୁମାର ପାଳ ଯୋଗଦେଇ ଦଳର ପୂର୍ବ ସରକାର ସମୟର ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ଲୋକଙ୍କୁ ଅବଗତ କରିଥିଲେ। ଏଥିସହ ବର୍ତ୍ତମାନର ସରକାରଙ୍କ ନୀତି ବିରୋଧରେ ଜନସଚେତନତା ସୃଷ୍ଟି ପାଇଁ କର୍ମୀଙ୍କୁ ଆହ୍ୱାନ ଦେଇଥିଲେ। ବୈଠକରେ ଆଗାମୀ ଦିନରେ ଦଳୀୟ ସଙ୍ଗଠନକୁ ଅଧିକ ସୁଦୃଢ଼ କରିବା ନେଇ ଆଲୋଚନା ହୋଇଥିଲା। ବ୍ଲକ୍ ସଭାପତି ପ୍ରଶାନ୍ତ ସାହୁଙ୍କ ସମେତ ବହୁ ନେତା, ପଞ୍ଚାୟତ ପ୍ରତିନିଧି ଓ କର୍ମୀ ଯୋଗଦେଇଥିଲେ।The post କର୍ଣ୍ଣପାଳରେ ବିଜେଡିର ଜନସମ୍ପର୍କ ପଦଯାତ୍ରା:ସଙ୍ଗଠନକୁ ମଜଭୁତ କରିବାକୁ ନେତାଙ୍କ ଆହ୍ୱାନ first appeared on Dreams Rider News.