ଅନୁଗୋଳରେ ବନ୍ଦର ତୀବ୍ର ପ୍ରଭାବ, ରେଳ ଷ୍ଟେସନରେ ଧସ୍ତାଧସ୍ତି
ଅନୁଗୋଳ: ୧୨ ଘଣ୍ଟିଆ ଓଡ଼ିଶା ବନ୍ଦର ପ୍ରଭାବ ଅନୁଗୋଳ ଜିଲ୍ଲାରେ ଜୋରଦାର। ବନ୍ଦକୁ ସମର୍ଥନ କରି କଂଗ୍ରେସ କର୍ମୀମାନେ ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ କରିବା ସହ ଯାନବାହାନ ଚଳାଚଳ ବନ୍ଦ କରିଛନ୍ତି। ଅନୁଗୋଳ ରେଳ ଷ୍ଟେସନରେ ରେଳରୋକ ଉଦ୍ୟମ ସମୟରେ କଂଗ୍ରେସ କର୍ମୀ ଓ ଆରପିଏଫ୍ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଅନୁଗୋଳ-ଛେଣ୍ଡିପଦା ୬୩ ନମ୍ବର ରାଜ୍ୟ ରାଜପଥର କୁମଣ୍ଡ ଭଣ୍ଡୁବର ନିକଟରେ ରାସ୍ତା ଅବରୋଧ କରି ପ୍ରତିବାଦ କରାଯାଇଛି। ୫୫ ନମ୍ବର ଜାତୀୟ ରାଜପଥରେ ମଧ୍ୟ ଗାଡ଼ି ଚଳାଚଳ ଠପ୍ ହେବାରୁ ଉଭୟ ପାର୍ଶ୍ୱରେ ଶହ ଶହ ମାଲବାହୀ ଗାଡ଼ି ଅଟକି ରହିଛି। ବନ୍ଦ ଯୋଗୁଁ ଯାତ୍ରୀମାନେ ଗନ୍ତବ୍ୟସ୍ଥଳକୁ ଯିବା ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରି ହନ୍ତସନ୍ତ ହୋଇଛନ୍ତି। କେତେକ ସ୍ଥାନରେ ପେଟ୍ରୋଲ ପମ୍ପ ଓ ସୋରୁମ୍ର ମୁଖ୍ୟ ଫାଟକ ଭଙ୍ଗାରୁଜା ହୋଇଥିବା ଅଭିଯୋଗ ହୋଇଛି। ଫଳରେ ଅନୁଗୋଳ ସମେତ ଆଖପାଖ ଅଞ୍ଚଳରେ ସାଧାରଣ ଜନଜୀବନ ଗୁରୁତର ଭାବେ ପ୍ରଭାବିତ ହୋଇଛି। The post ଅନୁଗୋଳରେ ବନ୍ଦର ତୀବ୍ର ପ୍ରଭାବ, ରେଳ ଷ୍ଟେସନରେ ଧସ୍ତାଧସ୍ତି first appeared on Dreams Rider News.
ଅନୁଗୋଳ: ୧୨ ଘଣ୍ଟିଆ ଓଡ଼ିଶା ବନ୍ଦର ପ୍ରଭାବ ଅନୁଗୋଳ ଜିଲ୍ଲାରେ ଜୋରଦାର। ବନ୍ଦକୁ ସମର୍ଥନ କରି କଂଗ୍ରେସ କର୍ମୀମାନେ ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ କରିବା ସହ ଯାନବାହାନ ଚଳାଚଳ ବନ୍ଦ କରିଛନ୍ତି। ଅନୁଗୋଳ ରେଳ ଷ୍ଟେସନରେ ରେଳରୋକ ଉଦ୍ୟମ ସମୟରେ କଂଗ୍ରେସ କର୍ମୀ ଓ ଆରପିଏଫ୍ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଅନୁଗୋଳ-ଛେଣ୍ଡିପଦା ୬୩ ନମ୍ବର ରାଜ୍ୟ ରାଜପଥର କୁମଣ୍ଡ ଭଣ୍ଡୁବର ନିକଟରେ ରାସ୍ତା ଅବରୋଧ କରି ପ୍ରତିବାଦ କରାଯାଇଛି। ୫୫ ନମ୍ବର ଜାତୀୟ ରାଜପଥରେ ମଧ୍ୟ ଗାଡ଼ି ଚଳାଚଳ ଠପ୍ ହେବାରୁ ଉଭୟ ପାର୍ଶ୍ୱରେ ଶହ ଶହ ମାଲବାହୀ ଗାଡ଼ି ଅଟକି ରହିଛି। ବନ୍ଦ ଯୋଗୁଁ ଯାତ୍ରୀମାନେ ଗନ୍ତବ୍ୟସ୍ଥଳକୁ ଯିବା ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରି ହନ୍ତସନ୍ତ ହୋଇଛନ୍ତି। କେତେକ ସ୍ଥାନରେ ପେଟ୍ରୋଲ ପମ୍ପ ଓ ସୋରୁମ୍ର ମୁଖ୍ୟ ଫାଟକ ଭଙ୍ଗାରୁଜା ହୋଇଥିବା ଅଭିଯୋଗ ହୋଇଛି। ଫଳରେ ଅନୁଗୋଳ ସମେତ ଆଖପାଖ ଅଞ୍ଚଳରେ ସାଧାରଣ ଜନଜୀବନ ଗୁରୁତର ଭାବେ ପ୍ରଭାବିତ ହୋଇଛି।The post ଅନୁଗୋଳରେ ବନ୍ଦର ତୀବ୍ର ପ୍ରଭାବ, ରେଳ ଷ୍ଟେସନରେ ଧସ୍ତାଧସ୍ତି first appeared on Dreams Rider News.