ଶିକ୍ଷକଙ୍କ ବଦଳି ବାତିଲ୍ ଦାବିରେ ଗ୍ରାମବାସୀଙ୍କ ଧାରଣା, ଜିଲ୍ଲାପାଳଙ୍କୁ ଦାବିପତ୍ର

ଅନୁଗୋଳ: ଜଣେ ଶିକ୍ଷକଙ୍କୁ ଅନ୍ୟ ବିଦ୍ୟାଳୟକୁ ବଦଳି କରିବାକୁ ବିରୋଧ କରି ବିଦ୍ୟାଳୟ ପରିଚାଳନା କମିଟି ସଭାପତି, ସଦସ୍ୟ, ଛାତ୍ରଛାତ୍ରୀ, ଗ୍ରାମବାସୀ ଓ ଅଭିଭାବକ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ, ବସଲା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୧୫୧ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ସେଠାରେ ୭ ଜଣ ଶିକ୍ଷକ-ଶିକ୍ଷୟିତ୍ରୀ ଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ ଶିକ୍ଷକ ଦିଲ୍ଲୀପ କୁମାର ପ୍ରଧାନଙ୍କୁ ସୁନାହିଁ ପ୍ରାଥମିକ ବିଦ୍ୟାଳୟକୁ ବଦଳି କରାଯାଇଛି। ଫଳରେ ବିଦ୍ୟାଳୟରେ ପାଠପଢ଼ା ବାଧାପ୍ରାପ୍ତ ହେଉଛି। ଏହାକୁ ନେଇ ପରିଚାଳନା କମିଟି, ଅଭିଭାବକ ଓ ଗ୍ରାମବାସୀ ଗତ ଅଗଷ୍ଟ ୧୯ ତାରିଖରେ ଅନୁଗୋଳ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନଥିଲା। ପରେ ଅଗଷ୍ଟ ୨୮ ତାରିଖରେ ଗ୍ରାମବାସୀ, ଅଭିଭାବକ ଓ ଛାତ୍ରଛାତ୍ରୀ ବିଦ୍ୟାଳୟ ଫାଟକରେ ତାଲା ପକାଇ ଧାରଣାରେ ବସିଥିଲେ। ଏହା ପରେ ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଧାରଣାସ୍ଥଳରେ ପହଞ୍ଚି ବ୍ଲକ୍ ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଦିଲ୍ଲୀପ କୁମାର ପ୍ରଧାନଙ୍କ ବଦଳିକୁ ବାତିଲ କରିଥିଲେ ଏବଂ ବିଦ୍ୟାଳୟ ଫାଟକରୁ ତାଲା ଖୋଲାଯାଇଥିଲା। ମାତ୍ର ସେପ୍ଟେମ୍ବର ୨୧ ତାରିଖ ଦିନ ପ୍ରଧାନ ଶିକ୍ଷୟିତ୍ରୀ ପୁଣି ଶିକ୍ଷକ ଦିଲ୍ଲୀପଙ୍କୁ ରିଲିଭ୍ ଅର୍ଡର ଦେଇ ସୁନାହିଁ ବିଦ୍ୟାଳୟକୁ ପଠାଇ ଦେଇଛନ୍ତି। ଏହାର ପ୍ରତିବାଦରେ ସେପ୍ଟେମ୍ବର ୨୨ ରୁ ୨୪ ତାରିଖ ପର୍ଯ୍ୟନ୍ତ ପରିଚାଳନା କମିଟି, ଛାତ୍ରଛାତ୍ରୀ, ଅଭିଭାବକ ଓ ଗ୍ରାମବାସୀ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟକୁ ଛାଡି ନଥିଲେ, ଫଳରେ ପାଠପଢ଼ା ଓ ମଧ୍ୟାହ୍ନ ଭୋଜନ ବନ୍ଦ ରହିଥିଲା। ତେଣୁ ଶିକ୍ଷକ ଦିଲ୍ଲୀପ କୁମାର ପ୍ରଧାନଙ୍କ ବଦଳି ଆଦେଶକୁ ବାତିଲ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। The post ଶିକ୍ଷକଙ୍କ ବଦଳି ବାତିଲ୍ ଦାବିରେ ଗ୍ରାମବାସୀଙ୍କ ଧାରଣା, ଜିଲ୍ଲାପାଳଙ୍କୁ ଦାବିପତ୍ର first appeared on ANGUL TV ODISHA.

ଶିକ୍ଷକଙ୍କ ବଦଳି ବାତିଲ୍ ଦାବିରେ ଗ୍ରାମବାସୀଙ୍କ ଧାରଣା, ଜିଲ୍ଲାପାଳଙ୍କୁ ଦାବିପତ୍ର
ଅନୁଗୋଳ: ଜଣେ ଶିକ୍ଷକଙ୍କୁ ଅନ୍ୟ ବିଦ୍ୟାଳୟକୁ ବଦଳି କରିବାକୁ ବିରୋଧ କରି ବିଦ୍ୟାଳୟ ପରିଚାଳନା କମିଟି ସଭାପତି, ସଦସ୍ୟ, ଛାତ୍ରଛାତ୍ରୀ, ଗ୍ରାମବାସୀ ଓ ଅଭିଭାବକ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ, ବସଲା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୧୫୧ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ସେଠାରେ ୭ ଜଣ ଶିକ୍ଷକ-ଶିକ୍ଷୟିତ୍ରୀ ଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ ଶିକ୍ଷକ ଦିଲ୍ଲୀପ କୁମାର ପ୍ରଧାନଙ୍କୁ ସୁନାହିଁ ପ୍ରାଥମିକ ବିଦ୍ୟାଳୟକୁ ବଦଳି କରାଯାଇଛି। ଫଳରେ ବିଦ୍ୟାଳୟରେ ପାଠପଢ଼ା ବାଧାପ୍ରାପ୍ତ ହେଉଛି। ଏହାକୁ ନେଇ ପରିଚାଳନା କମିଟି, ଅଭିଭାବକ ଓ ଗ୍ରାମବାସୀ ଗତ ଅଗଷ୍ଟ ୧୯ ତାରିଖରେ ଅନୁଗୋଳ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନଥିଲା। ପରେ ଅଗଷ୍ଟ ୨୮ ତାରିଖରେ ଗ୍ରାମବାସୀ, ଅଭିଭାବକ ଓ ଛାତ୍ରଛାତ୍ରୀ ବିଦ୍ୟାଳୟ ଫାଟକରେ ତାଲା ପକାଇ ଧାରଣାରେ ବସିଥିଲେ। ଏହା ପରେ ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଧାରଣାସ୍ଥଳରେ ପହଞ୍ଚି ବ୍ଲକ୍ ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଦିଲ୍ଲୀପ କୁମାର ପ୍ରଧାନଙ୍କ ବଦଳିକୁ ବାତିଲ କରିଥିଲେ ଏବଂ ବିଦ୍ୟାଳୟ ଫାଟକରୁ ତାଲା ଖୋଲାଯାଇଥିଲା। ମାତ୍ର ସେପ୍ଟେମ୍ବର ୨୧ ତାରିଖ ଦିନ ପ୍ରଧାନ ଶିକ୍ଷୟିତ୍ରୀ ପୁଣି ଶିକ୍ଷକ ଦିଲ୍ଲୀପଙ୍କୁ ରିଲିଭ୍ ଅର୍ଡର ଦେଇ ସୁନାହିଁ ବିଦ୍ୟାଳୟକୁ ପଠାଇ ଦେଇଛନ୍ତି। ଏହାର ପ୍ରତିବାଦରେ ସେପ୍ଟେମ୍ବର ୨୨ ରୁ ୨୪ ତାରିଖ ପର୍ଯ୍ୟନ୍ତ ପରିଚାଳନା କମିଟି, ଛାତ୍ରଛାତ୍ରୀ, ଅଭିଭାବକ ଓ ଗ୍ରାମବାସୀ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟକୁ ଛାଡି ନଥିଲେ, ଫଳରେ ପାଠପଢ଼ା ଓ ମଧ୍ୟାହ୍ନ ଭୋଜନ ବନ୍ଦ ରହିଥିଲା। ତେଣୁ ଶିକ୍ଷକ ଦିଲ୍ଲୀପ କୁମାର ପ୍ରଧାନଙ୍କ ବଦଳି ଆଦେଶକୁ ବାତିଲ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।The post ଶିକ୍ଷକଙ୍କ ବଦଳି ବାତିଲ୍ ଦାବିରେ ଗ୍ରାମବାସୀଙ୍କ ଧାରଣା, ଜିଲ୍ଲାପାଳଙ୍କୁ ଦାବିପତ୍ର first appeared on ANGUL TV ODISHA.