ମୁଖ୍ୟ ନିର୍ବାଚନ କମିଶନରଙ୍କ ବହିଷ୍କାର ଓ ଗିରଫ ଦାବି: ଇଣ୍ଡିଆ ମେଣ୍ଟର ପଦଯାତ୍ରା ଓ କୁଶପୁତ୍ତଳିକା ଦାହ
ଅନୁଗୋଳ: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବହିଷ୍କାର ଓ ଗିରଫ ଦାବିରେ ଆଜି ଅନୁଗୋଳରେ ଇଣ୍ଡିଆ ମେଣ୍ଟ ପକ୍ଷରୁ ପଦଯାତ୍ରା ଓ କୁଶପୁତ୍ତଳିକା ଦାହ କରାଯାଇଛି। ଜିଲ୍ଲା ସଭାପତି ସୁନୀଲ କୁମାର ପ୍ରଧାନଙ୍କ ନେତୃତ୍ୱରେ କଂଗ୍ରେସ ଭବନଠାରୁ ଶତାଧିକ କର୍ମୀଙ୍କୁ ନେଇ ପଦଯାତ୍ରା ବାହାରି ଗାନ୍ଧୀ ପାର୍କ ସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ପହଞ୍ଚିଥିଲା। ସେଠାରେ ଜିଲ୍ଲା ପ୍ରଭାରୀ ତଥା ପ୍ରଦେଶ କଂଗ୍ରେସ ଉପସଭାପତି କୃଷ୍ଣ ଚନ୍ଦ୍ର ସଗରିଆ, ସିପିଏମ ଜିଲ୍ଲା ସମ୍ପାଦକ ମୀନା ରାଣୀ ପ୍ରଧାନ, ରାଜ୍ୟ ସଂପାଦକ ମଣ୍ଡଳୀ ସଦସ୍ୟ ଜମ୍ବେଶ୍ୱର ସାମନ୍ତରାୟ ମାଲ୍ୟାର୍ପଣ କରିଥିଲେ। ପରେ ପଦଯାତ୍ରା ସେଣ୍ଟ୍ରାଲ ବଜାର, ରାଜା ଛକ, ଶାନ୍ତି ହୋଟେଲ, କାଞ୍ଚନ ଟକିଜ୍ ଛକ ଦେଇ ଥାନା ଛକରେ ପହଞ୍ଚିଥିଲା। କେନ୍ଦ୍ର ସରକାରଙ୍କ ବିଫଳତା, ଭୋଟ୍ ଚୋରୀ ବିରୁଦ୍ଧରେ ସ୍ଲୋଗାନ ଦେଇ ଥାନା ଛକରେ ମୁଖ୍ୟ ନିର୍ବାଚନ କମିଶନରଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। ନିର୍ବାଚନ ପ୍ରକ୍ରିୟାରେ ବ୍ୟାପକ ଅନିୟମିତତାର ପ୍ରମାଣ ସାମ୍ନାକୁ ଆସିବା ପରେ ଏଭଳି ଗଣତାନ୍ତ୍ରିକ ବ୍ୟବସ୍ଥାକୁ ନଷ୍ଟ କରୁଥିବା ବ୍ୟକ୍ତି ପଦରେ ରହିବା ଉଚିତ ନୁହେଁ, ତୁରନ୍ତ ବହିଷ୍କାର ଓ ଗିରଫ କରି ବିଚାର ବିଭାଗୀୟ ହାଜତକୁ ପଠାଇବା ଉଚିତ ବୋଲି ନେତୃମଣ୍ଡଳୀ ଦାବି କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରଦେଶ କୃଷକ କଂଗ୍ରେସ ଉପାଧ୍ୟକ୍ଷ ଉମେଶ ଚନ୍ଦ୍ର ସାହୁ, ଜିଲ୍ଲା ଉପସଭାପତି ଚିତ୍ତରଞ୍ଜନ ନାୟକ, ଦୁଷ୍ମନ୍ତ ଦଳବେହେରା, ସିପିଏମ ନେତା ଉମେଶ ପଣ୍ଡା, ମିଡିଆ ସେଲ ଅଧ୍ୟକ୍ଷ ଗୋପାଳ ନାଥ, ବ୍ଲକ ସଭାପତି ବିନୋଦ ମାଝୀ, ନଗର ସଭାପତି ରଶ୍ମିରଞ୍ଜନ ସାହୁ ସମେତ ଶତାଧିକ ନେତା କର୍ମୀ ଉପସ୍ଥିତ ଥିଲେ। The post ମୁଖ୍ୟ ନିର୍ବାଚନ କମିଶନରଙ୍କ ବହିଷ୍କାର ଓ ଗିରଫ ଦାବି: ଇଣ୍ଡିଆ ମେଣ୍ଟର ପଦଯାତ୍ରା ଓ କୁଶପୁତ୍ତଳିକା ଦାହ .
ଅନୁଗୋଳ: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବହିଷ୍କାର ଓ ଗିରଫ ଦାବିରେ ଆଜି ଅନୁଗୋଳରେ ଇଣ୍ଡିଆ ମେଣ୍ଟ ପକ୍ଷରୁ ପଦଯାତ୍ରା ଓ କୁଶପୁତ୍ତଳିକା ଦାହ କରାଯାଇଛି। ଜିଲ୍ଲା ସଭାପତି ସୁନୀଲ କୁମାର ପ୍ରଧାନଙ୍କ ନେତୃତ୍ୱରେ କଂଗ୍ରେସ ଭବନଠାରୁ ଶତାଧିକ କର୍ମୀଙ୍କୁ ନେଇ ପଦଯାତ୍ରା ବାହାରି ଗାନ୍ଧୀ ପାର୍କ ସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ପହଞ୍ଚିଥିଲା। ସେଠାରେ ଜିଲ୍ଲା ପ୍ରଭାରୀ ତଥା ପ୍ରଦେଶ କଂଗ୍ରେସ ଉପସଭାପତି କୃଷ୍ଣ ଚନ୍ଦ୍ର ସଗରିଆ, ସିପିଏମ ଜିଲ୍ଲା ସମ୍ପାଦକ ମୀନା ରାଣୀ ପ୍ରଧାନ, ରାଜ୍ୟ ସଂପାଦକ ମଣ୍ଡଳୀ ସଦସ୍ୟ ଜମ୍ବେଶ୍ୱର ସାମନ୍ତରାୟ ମାଲ୍ୟାର୍ପଣ କରିଥିଲେ। ପରେ ପଦଯାତ୍ରା ସେଣ୍ଟ୍ରାଲ ବଜାର, ରାଜା ଛକ, ଶାନ୍ତି ହୋଟେଲ, କାଞ୍ଚନ ଟକିଜ୍ ଛକ ଦେଇ ଥାନା ଛକରେ ପହଞ୍ଚିଥିଲା। କେନ୍ଦ୍ର ସରକାରଙ୍କ ବିଫଳତା, ଭୋଟ୍ ଚୋରୀ ବିରୁଦ୍ଧରେ ସ୍ଲୋଗାନ ଦେଇ ଥାନା ଛକରେ ମୁଖ୍ୟ ନିର୍ବାଚନ କମିଶନରଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। ନିର୍ବାଚନ ପ୍ରକ୍ରିୟାରେ ବ୍ୟାପକ ଅନିୟମିତତାର ପ୍ରମାଣ ସାମ୍ନାକୁ ଆସିବା ପରେ ଏଭଳି ଗଣତାନ୍ତ୍ରିକ ବ୍ୟବସ୍ଥାକୁ ନଷ୍ଟ କରୁଥିବା ବ୍ୟକ୍ତି ପଦରେ ରହିବା ଉଚିତ ନୁହେଁ, ତୁରନ୍ତ ବହିଷ୍କାର ଓ ଗିରଫ କରି ବିଚାର ବିଭାଗୀୟ ହାଜତକୁ ପଠାଇବା ଉଚିତ ବୋଲି ନେତୃମଣ୍ଡଳୀ ଦାବି କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରଦେଶ କୃଷକ କଂଗ୍ରେସ ଉପାଧ୍ୟକ୍ଷ ଉମେଶ ଚନ୍ଦ୍ର ସାହୁ, ଜିଲ୍ଲା ଉପସଭାପତି ଚିତ୍ତରଞ୍ଜନ ନାୟକ, ଦୁଷ୍ମନ୍ତ ଦଳବେହେରା, ସିପିଏମ ନେତା ଉମେଶ ପଣ୍ଡା, ମିଡିଆ ସେଲ ଅଧ୍ୟକ୍ଷ ଗୋପାଳ ନାଥ, ବ୍ଲକ ସଭାପତି ବିନୋଦ ମାଝୀ, ନଗର ସଭାପତି ରଶ୍ମିରଞ୍ଜନ ସାହୁ ସମେତ ଶତାଧିକ ନେତା କର୍ମୀ ଉପସ୍ଥିତ ଥିଲେ।The post ମୁଖ୍ୟ ନିର୍ବାଚନ କମିଶନରଙ୍କ ବହିଷ୍କାର ଓ ଗିରଫ ଦାବି: ଇଣ୍ଡିଆ ମେଣ୍ଟର ପଦଯାତ୍ରା ଓ କୁଶପୁତ୍ତଳିକା ଦାହ first appeared on Dreams Rider News.