ଜିଲ୍ଲା ସାହିତ୍ୟ ସଂସଦ ପକ୍ଷରୁ କବିବର ରାଧାନାଥ ରାୟ ଜୟନ୍ତୀ

ଅନୁଗୋଳ: ଅନୁଗୋଳ ସଂସ୍କୃତି ପାଠାଗାର ପରିସରରେ ଜିଲ୍ଲା ସାହିତ୍ୟ ସଂସଦ ପକ୍ଷରୁ କବିବର ରାଧାନାଥ ରାୟଙ୍କ ଜୟନ୍ତୀ ଓ କବିତା ପାଠ ଆୟୋଜିତ ହୋଇଯାଇଛି। ସଂସଦର ସଭାପତି ଶାନ୍ତନୁ କୁମାର ସର ପ୍ରଦୀପ ପ୍ରଜ୍ୱଳନ କରି ଏହି ସମାରୋହକୁ ଉଦ୍ଘାଟନ କରିଥିଲେ। ଶ୍ରୀ ସର ନିଜ ଅଭିଭାଷଣରେ ରାଧାନାଥ ରାୟଙ୍କ ସୃଷ୍ଟି ସମ୍ଭାରରେ ପ୍ରକୃତି ପ୍ରେମ, ସୋନ୍ଦର୍ଯ୍ୟବୋଧ ସହିତ ଭାଷା ଅସ୍ମିତାର କିଭଳି ନବଜାଗରଣ ଘଟିଥିଲା ତାହା ବର୍ଣ୍ଣନା କରିଥିଲେ।ଏହାଛଡା ତାଙ୍କର ଅନେକ କାବ୍ୟ କବିତାରେ ଇଂରାଜୀ ସାହିତ୍ୟର ଛାପ କିଭଳି ପଡ଼ିଥିଲା ତାହା ଉଲ୍ଲେଖ କରିଥିଲେ। ମୁଖ୍ୟବକ୍ତା ରୂପେ ଯୋଗ ଦେଇ ପ୍ରାଧ୍ୟାପକ ଗୁରୁ ରାଉତରାୟ ରାଧାନାଥ ଓଡ଼ିଆ ଭାଷାର ପ୍ରଚାର ପ୍ରସାର ପାଇଁ କିଭଳି ଉଦ୍ୟମ କରିଥିଲେ ତାହା ବିଭିନ୍ନ ଉଦାହରଣ ମାଧ୍ୟମରେ ବୁଝାଇଥିଲେ। ରାଧାନାଥଙ୍କୁ ଯୁଗସ୍ରଷ୍ଟା ବୋଲି କହିବା ସହ ଫକୀରମୋହନ ଓ କବି ମଧୁସୂଦନଙ୍କ ସହ ମିଶି କିଭଳି ସେତେବେଳର ଭାଷା ସାହିତ୍ୟକୁ ଉଚ୍ଚତମ ସୋପାନକୁ ନେଇଥିଲେ ତାହା ପ୍ରକାଶ କରିଥିଲେ। ଅନୁଗୋଳ  ଜିଲ୍ଲା ସାହିତ୍ୟ ସଂସଦର ସମ୍ପାଦକ ରାଧାକାନ୍ତ ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିଲେ।ସମାରୋହ ପ୍ରାରମ୍ଭରେ ଅଧ୍ୟାପକ ମନୋଜ କୁମାର ବେହେରା ରାଧାନାଥ କାବ୍ୟ ଚେତନାର ବୈଶିଷ୍ଟ୍ୟ ଏବଂ ପ୍ରାଧ୍ୟାପକ ଦଧିବାମନ ପ୍ରଧାନ ରାଧାନାଥଙ୍କ ବିବେକୀ ପ୍ରବନ୍ଧର ବିଶ୍ଳେଷଣ କରିଥିଲେ। ଏହାପରେ ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆୟୋଜିତ ବକ୍ତୃତା ପ୍ରତିଯୋଗିତାର କୃତୀ ପିଲା ମାନଙ୍କୁ ପୁରସ୍କୃତ କରାଯାଇଥିଲା।ଏହି ପ୍ରତିଯୋଗିତାରେ ଅସିତ୍ ପଟ୍ଟନାୟକ,ଡ଼ା ଇନ୍ଦିରା ଦାଶ ଓ ଗୁରୁ ରାଉତରାୟ ବିଚାରକ ଭାବେ ଯୋଗ ଦେଇଥିଲେ । ଏହାପରେ କଳ୍ପନା ବୋଇତି ଓ ଅନୁପମା ପ୍ରଧାନଙ୍କ ପରିଚାଳନାରେ କବିତା ପାଠ ଆୟୋଜିତ ହୋଇଥିଲା। ୪୦ ରୁ ଉର୍ଦ୍ଧ୍ବ କବି ଓ କବୟିତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲେ। ଶେଷରେ ସାହିତ୍ୟ ସଂସଦର ଉପ-ସଭାପତି ଡ଼ା ଇନ୍ଦିରା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।