ଜିଲ୍ଲାସ୍ତରୀୟ ‘ଆଙ୍ଗନ କା ଉତ୍ସବ’ ଓ ‘ପୋଷଣ ମାସ’ ପାଳିତ

ଅନୁଗୋଳ: ସ୍ଥାନୀୟ ତୁରଙ୍ଗ ଅଙ୍ଗନବାଡି କେନ୍ଦ୍ରଠାରେ ଜିଲ୍ଲା ସ୍ତରୀୟ ‘ଆଙ୍ଗନ କା ଉତ୍ସବ’ ଏବଂ ‘ପୋଷଣ ମାସ’ ପାଳିତ ହୋଇଯାଇଛି। ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ମା’ ଓ ଶିଶୁର ପୋଷଣ ଉପରେ ବିଶେଷ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ। ଉତ୍ତମ ସ୍ୱାସ୍ଥ୍ୟ ଓ ସଠିକ୍ ପୋଷଣ ଦ୍ୱାରା ସୁସ୍ଥ ଓ ବିକଶିତ ରାଷ୍ଟ୍ର ଗଠନ ସମ୍ଭବ ବୋଲି ସେ କହିଥିଲେ। ଏହି ଅବସରରେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ପାଲଲହଡା ବିଧାୟକ ଅଶୋକ ମହାନ୍ତି, ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ଜିଲ୍ଲାପାଳ ଅବ୍‌ଦାଲ୍ ମୁହମ୍ମଦ୍ ଅଖ୍‌ତରଙ୍କ ସମେତ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।ସମ୍ବଲପୁର ସାଂସଦ ଶିଶୁମାନଙ୍କର ଓଜନ ଓ ଉଚ୍ଚତା ମାପି ପ୍ରାକ୍-ବିଦ୍ୟାଳୟ ଶିଶୁମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଥିଲେ ଏବଂ ଶିଶୁମାନଙ୍କୁ ଫଳ ଓ ପୁସ୍ତକ ବଣ୍ଟନ କରିଥିଲେ। ଶିଶୁ ଓ ମାତୃ ମଙ୍ଗଳ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଉତ୍କୃଷ୍ଟ ସେବା ପ୍ରଦାନ କରିଥିବା ଅଙ୍ଗନବାଡି କର୍ମୀ, ସହାୟିକା, ଆଶା କର୍ମୀ ଏବଂ ପିତାମାତାଙ୍କୁ ସମ୍ମାନିତ କରାଯାଇଥିଲା। ଶେଷରେ ଆଇସିଡିଏସ୍ ର ବିଭିନ୍ନ ଯୋଜନା ଓ କାର୍ଯ୍ୟକଳାପର ସମୀକ୍ଷା କରାଯିବା ସହ ଜିଲ୍ଲାର ମା’ ଓ ଶିଶୁମାନଙ୍କ ପୋଷଣ ଏବଂ ସୁସ୍ଥ ଭବିଷ୍ୟତ ନିଶ୍ଚିତ କରିବା ପାଇଁ ଶପଥ ଗ୍ରହଣ କରାଯାଇଥିଲା। The post ଜିଲ୍ଲାସ୍ତରୀୟ ‘ଆଙ୍ଗନ କା ଉତ୍ସବ’ ଓ ‘ପୋଷଣ ମାସ’ ପାଳିତ first appeared on Dreams Rider News.