ଜମି ଅଧିଗ୍ରହଣ ପ୍ରକ୍ରିୟା ଅସମ୍ପୂର୍ଣ୍ଣ, ମାଛକୁଟା RPDAC ବୈଠକ ସ୍ଥଗିତ
ଅନୁଗୋଳ: ମାଛକୁଟା କୋଇଲା ଖଣି ପ୍ରକଳ୍ପ ସମ୍ପର୍କିତ ଥଇଥାନ ଓ ପାରିପାର୍ଶ୍ୱିକ ଉନ୍ନୟନ ପରାମର୍ଶଦାତା କମିଟି (RPDAC) ବୈଠକକୁ ଅନୁଗୋଳ ଜିଲ୍ଲା ପ୍ରଶାସନ ସ୍ଥଗିତ ରଖିଛି। ପୂର୍ବ ନିଷ୍ପତ୍ତି ଅନୁସାରେ ଅକ୍ଟୋବର ୭ ତାରିଖରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏହି ବୈଠକ ହେବାର ଥିଲା। ସମ୍ବଲପୁର ରାଜସ୍ୱ ଉତ୍ତର ଡିଭିଜନ କମିଶନରଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ବୈଠକ ପାଇଁ ୧୩ ଜଣ ସଦସ୍ୟଙ୍କୁ ମଧ୍ୟ ନିମନ୍ତ୍ରଣ ଦିଆଯାଇଥିଲା। ପ୍ରଶାସନର ସୂଚନା ଅନୁଯାୟୀ, ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଏବେ ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି। ଏପର୍ଯ୍ୟନ୍ତ ୧୧/୧ ନୋଟିସ ଜାରି ହୋଇନଥିବାରୁ ବୈଠକ ସ୍ଥଗିତ କରାଯାଇଥିବା ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ରଙ୍କ ପତ୍ରରେ ଦର୍ଶାଯାଇଛି। RPDAC ଅଧ୍ୟକ୍ଷଙ୍କ ଅନୁମୋଦନ ପରେ ପରବର୍ତ୍ତୀ ବୈଠକ ତାରିଖ ଘୋଷଣା ହେବ। ଏହି ପ୍ରକଳ୍ପକୁ ନେଇ ଜମି ଅଧିଗ୍ରହଣ ଓ ବିସ୍ଥାପନ ସମସ୍ୟାକୁ କେନ୍ଦ୍ର କରି ସ୍ଥାନୀୟ କ୍ଷତିଗ୍ରସ୍ତ ପ୍ରଜାଙ୍କ ମଧ୍ୟରେ ବିରୋଧ ଜାରି ରହିଛି। The post ଜମି ଅଧିଗ୍ରହଣ ପ୍ରକ୍ରିୟା ଅସମ୍ପୂର୍ଣ୍ଣ, ମାଛକୁଟା RPDAC ବୈଠକ ସ୍ଥଗିତ first appeared on Dreams Rider News.
ଅନୁଗୋଳ: ମାଛକୁଟା କୋଇଲା ଖଣି ପ୍ରକଳ୍ପ ସମ୍ପର୍କିତ ଥଇଥାନ ଓ ପାରିପାର୍ଶ୍ୱିକ ଉନ୍ନୟନ ପରାମର୍ଶଦାତା କମିଟି (RPDAC) ବୈଠକକୁ ଅନୁଗୋଳ ଜିଲ୍ଲା ପ୍ରଶାସନ ସ୍ଥଗିତ ରଖିଛି। ପୂର୍ବ ନିଷ୍ପତ୍ତି ଅନୁସାରେ ଅକ୍ଟୋବର ୭ ତାରିଖରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏହି ବୈଠକ ହେବାର ଥିଲା। ସମ୍ବଲପୁର ରାଜସ୍ୱ ଉତ୍ତର ଡିଭିଜନ କମିଶନରଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ବୈଠକ ପାଇଁ ୧୩ ଜଣ ସଦସ୍ୟଙ୍କୁ ମଧ୍ୟ ନିମନ୍ତ୍ରଣ ଦିଆଯାଇଥିଲା। ପ୍ରଶାସନର ସୂଚନା ଅନୁଯାୟୀ, ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଏବେ ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି। ଏପର୍ଯ୍ୟନ୍ତ ୧୧/୧ ନୋଟିସ ଜାରି ହୋଇନଥିବାରୁ ବୈଠକ ସ୍ଥଗିତ କରାଯାଇଥିବା ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ରଙ୍କ ପତ୍ରରେ ଦର୍ଶାଯାଇଛି। RPDAC ଅଧ୍ୟକ୍ଷଙ୍କ ଅନୁମୋଦନ ପରେ ପରବର୍ତ୍ତୀ ବୈଠକ ତାରିଖ ଘୋଷଣା ହେବ। ଏହି ପ୍ରକଳ୍ପକୁ ନେଇ ଜମି ଅଧିଗ୍ରହଣ ଓ ବିସ୍ଥାପନ ସମସ୍ୟାକୁ କେନ୍ଦ୍ର କରି ସ୍ଥାନୀୟ କ୍ଷତିଗ୍ରସ୍ତ ପ୍ରଜାଙ୍କ ମଧ୍ୟରେ ବିରୋଧ ଜାରି ରହିଛି।The post ଜମି ଅଧିଗ୍ରହଣ ପ୍ରକ୍ରିୟା ଅସମ୍ପୂର୍ଣ୍ଣ, ମାଛକୁଟା RPDAC ବୈଠକ ସ୍ଥଗିତ first appeared on Dreams Rider News.