ଖବର ପ୍ରକାଶ ପରେ ତତ୍ପରତା, ଉଠାଜଳସେଚନ ପଏଣ୍ଟ ତଦାରଖ କଲେ ଯନ୍ତ୍ରୀ
ଅନୁଗୋଳ: ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ରଣିଆକଟା ପଞ୍ଚାୟତ ଅନ୍ତର୍ଗତ କସ୍ତୁରୀବାହାଳ ଗାଁରେ ନିର୍ମାଣାଧୀନ ଦୁଇଟି ଉଠାଜଳସେଚନ ପଏଣ୍ଟର ସ୍ଥିତି ତଦାରଖ କରିଛନ୍ତି ବିଭାଗୀୟ ଯନ୍ତ୍ରୀ। ପ୍ରାୟ ୪୦ ଲକ୍ଷ ଟଙ୍କା ବ୍ୟୟରେ ୩ ଓ ୪ ନମ୍ବର ଉଠାଜଳସେଚନ ପଏଣ୍ଟ ନିର୍ମାଣ ଚାଲିଥିବା ବେଳେ ଏହା କାର୍ଯ୍ୟକ୍ଷମ ହେବାରେ ବିଳମ୍ବ ଯୋଗୁଁ ଚାଷୀମାନେ ଜଳସେଚନ ସୁବିଧାରୁ ବଞ୍ଚିତ ହେଉଥିଲେ। ଏନେଇ ଖବର ପ୍ରକାଶ ପାଇବା ପରେ ବିଭାଗୀୟ ଏସ୍ଡିଓ ଲିଟନ ଟୁଡୁ ଓ କନିଷ୍ଠ ଯନ୍ତ୍ରୀ ଅସିତ କୁମାର ପତି ପୂର୍ବାହ୍ନରେ ଘଟଣାସ୍ଥଳରେ ପହଞ୍ଚି ଦୁଇଟି ପଏଣ୍ଟର ନିର୍ମାଣକାର୍ଯ୍ୟ ଓ ସ୍ଥିତି ଅନୁଧ୍ୟାନ କରିଥିଲେ। କ୍ଷେତ୍ର ପରିଦର୍ଶନ ପରେ ପଏଣ୍ଟଗୁଡ଼ିକୁ ଶୀଘ୍ର ସମ୍ପୂର୍ଣ୍ଣ କରି କାର୍ଯ୍ୟକ୍ଷମ କରାଯିବ ବୋଲି ଅଧିକାରୀମାନେ ଚାଷୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। The post ଖବର ପ୍ରକାଶ ପରେ ତତ୍ପରତା, ଉଠାଜଳସେଚନ ପଏଣ୍ଟ ତଦାରଖ କଲେ ଯନ୍ତ୍ରୀ first appeared on Dreams Rider News.
ଅନୁଗୋଳ: ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ରଣିଆକଟା ପଞ୍ଚାୟତ ଅନ୍ତର୍ଗତ କସ୍ତୁରୀବାହାଳ ଗାଁରେ ନିର୍ମାଣାଧୀନ ଦୁଇଟି ଉଠାଜଳସେଚନ ପଏଣ୍ଟର ସ୍ଥିତି ତଦାରଖ କରିଛନ୍ତି ବିଭାଗୀୟ ଯନ୍ତ୍ରୀ। ପ୍ରାୟ ୪୦ ଲକ୍ଷ ଟଙ୍କା ବ୍ୟୟରେ ୩ ଓ ୪ ନମ୍ବର ଉଠାଜଳସେଚନ ପଏଣ୍ଟ ନିର୍ମାଣ ଚାଲିଥିବା ବେଳେ ଏହା କାର୍ଯ୍ୟକ୍ଷମ ହେବାରେ ବିଳମ୍ବ ଯୋଗୁଁ ଚାଷୀମାନେ ଜଳସେଚନ ସୁବିଧାରୁ ବଞ୍ଚିତ ହେଉଥିଲେ। ଏନେଇ ଖବର ପ୍ରକାଶ ପାଇବା ପରେ ବିଭାଗୀୟ ଏସ୍ଡିଓ ଲିଟନ ଟୁଡୁ ଓ କନିଷ୍ଠ ଯନ୍ତ୍ରୀ ଅସିତ କୁମାର ପତି ପୂର୍ବାହ୍ନରେ ଘଟଣାସ୍ଥଳରେ ପହଞ୍ଚି ଦୁଇଟି ପଏଣ୍ଟର ନିର୍ମାଣକାର୍ଯ୍ୟ ଓ ସ୍ଥିତି ଅନୁଧ୍ୟାନ କରିଥିଲେ। କ୍ଷେତ୍ର ପରିଦର୍ଶନ ପରେ ପଏଣ୍ଟଗୁଡ଼ିକୁ ଶୀଘ୍ର ସମ୍ପୂର୍ଣ୍ଣ କରି କାର୍ଯ୍ୟକ୍ଷମ କରାଯିବ ବୋଲି ଅଧିକାରୀମାନେ ଚାଷୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।The post ଖବର ପ୍ରକାଶ ପରେ ତତ୍ପରତା, ଉଠାଜଳସେଚନ ପଏଣ୍ଟ ତଦାରଖ କଲେ ଯନ୍ତ୍ରୀ first appeared on Dreams Rider News.