ଅତିଷ୍ଠ ହେଲା ରାସ୍ତା ଦୁରବସ୍ଥା, ରାଜରାସ୍ତାକୁ ଓହ୍ଲାଇଲେ ଛାତ୍ରଛାତ୍ରୀ

ଅନୁଗୋଳ: ଅନୁଗୋଳ ଜିଲ୍ଲା ତାଳଚେର କଳାହୀରା ସହର ଦେଇ ଯାଇଥିବା ୧୪୯ ନମ୍ବର ଜାତୀୟ ରାଜପଥର ଦୁରବସ୍ଥାକୁ ନେଇ ସୋମବାର ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିଛନ୍ତି। ଦୀର୍ଘଦିନ ଧରି ରାସ୍ତାରେ ଖାଲଖମା ରହିବା ସହ ଭାରିଯାନ ଚଳାଚଳ ଯୋଗୁଁ ଟ୍ରାଫିକ ସମସ୍ୟା ଓ ଦୁର୍ଘଟଣା ବଢ଼ୁଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି।ରାସ୍ତାର ଦୟନୀୟ ଅବସ୍ଥା ଯୋଗୁଁ ନିର୍ଦ୍ଧାରିତ ସମୟରେ ସ୍କୁଲ୍ ଓ କଲେଜରେ ପହଞ୍ଚିବା କଷ୍ଟକର ହେଉଛି। ବିଳମ୍ବ ହେଲେ ଜରିମାନା ଦେବାକୁ ପଡ଼ୁଥିବା ମଧ୍ୟ ସେମାନେ କହିଛନ୍ତି। ଏନଏଚ୍‌-୧୪୯କୁ ଚାରିଥାକିଆ କରିବା କାର୍ଯ୍ୟ ଚାଲିଥିବାବେଳେ ନିର୍ମାଣକାର୍ଯ୍ୟ ଓ ରାସ୍ତାରେ ପାଉଁଶ ପକାଯିବା ଯୋଗୁଁ ସମସ୍ୟା ଆହୁରି ବଢ଼ୁଥିବା ଅଭିଯୋଗ ହୋଇଛି। ତୁରନ୍ତ ରାସ୍ତା ମରାମତି, ଯାତାୟାତ ସୁବିଧା ଓ ସୁରକ୍ଷା ବ୍ୟବସ୍ଥା ସୁଧାରିବାକୁ ଦାବି ହୋଇଛି।